ଯୁଦ୍ଧକ୍ଷେତ୍ରରୁ ଜନ୍ମମାଟିକୁ ଫେରିଲେ ଓଡିଆ ଛାତ୍ର, ବଖାଣିଲେ ବିଭୀଷିକାର କାହାଣୀ - one to one with ukraine returnees
ଜଗତସିଂହପୁର: ଯୁଦ୍ଧ କ୍ଷେତ୍ରରୁ ନିଜ ଜନ୍ମ କ୍ଷେତ୍ରକୁ ଫେରିଲେ ଓଡିଆ ମେଡିକାଲ ଛାତ୍ର । ଅପରେସନ ଗଙ୍ଗା ମାଧ୍ୟମରେ ନିଜ ଘରକୁ ଫେରି ପାରିଛନ୍ତି ଜଗତସିଂହପୁର ସହରର ବାସିନ୍ଦା ଆଶିଷ କୁମାର ସାହୁ । ଆଶିଷ ୟୁକ୍ରେନ ରାଜଧାନୀ କିଭିରେ ରହି MBBS ପଢୁଥିଲେ। ରୁଷସେନା କିଭ ଉପରେ ଆକାଶ ମାର୍ଗରୁ କ୍ଷେପଣାସ୍ତ୍ର ମାଡ଼ ଫଳରେ କିଭ ସହର ଧ୍ବସଂ ହୋଇଯାଉଥିଲା । ଯାହାକୁ ନେଇ ଭୟଭୀତ ହୋଇ ପଡ଼ିଥିଲେ ଆଶିଷଙ୍କ ସମେତ ସେଠାରେ ରହୁଥିବା ଭାରତୀୟ ଛାତ୍ର। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ କିଭିର ଏକ ବଙ୍କର ମଧ୍ୟରେ ରହିବାକୁ ଦିଆଯାଇଥିଲା । ପରେ ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା । ନିଜ ପୁଅକୁ ପାଇ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତେବେ ଘରକୁ ଫେରି ୟୁକ୍ରେନର ଛାତିଥରା ଦୃଶ୍ୟକୁ ବଖାଣିଛନ୍ତି ଆଶିଷ । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:19 PM IST