ଓଡିଶା

odisha

ପୌର ଉପାଧ୍ୟକ୍ଷ ନିର୍ବାଚନ: 5ଟି ଆସନରେ 4ଟି ଉପାଧ୍ୟକ୍ଷ ପଦବୀ ହାତେଇଲା ବିଜେଡି

By

Published : Apr 7, 2022, 8:59 PM IST

Updated : Feb 3, 2023, 8:22 PM IST

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାର ତିନୋଟି ମ୍ୟୁନିସିପାଲିଟି ଓ ଦୁଇଟି ଏନଏସି ଆସନରେ ଉପାଧ୍ୟକ୍ଷା ନିର୍ବାଚନ ଶେଷ ହୋଇଛି। ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହୋଇଥିବାବେଳେ ଉପାଧ୍ୟକ୍ଷ ପାଇଁ କାଉନସିଲରମାନେ ଭୋଟ ଦେଇ ନିର୍ବାଚିତ କରିଛନ୍ତି। ବାଲେଶ୍ଵର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଭାବେ ବିଜେଡିରୁ କୈଳାସ ସେଠୀ, ଜଳେଶ୍ୱରରେ ବିଜେଡିରୁ ପୁଷ୍ପାପ୍ରିୟା କାମିଳା, ସୋରରେ ବିଜେପିରୁ ସସ୍ମିତା ଦାସ, ରେମୁଣା ଏନଏସିରେ ବିଜେଡିରୁ ଆଇସନ ଖାଁ ଓ ନୀଳଗିରି ଏନଏସିରେ ବିଜେଡିରୁ ମହେନ୍ଦ୍ର ବେହେରା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ 4 ଟି ସ୍ଥାନରେ ବିଜେଡି ଉପାଧ୍ୟକ୍ଷ ପଦବୀ ହାତେଇଥିବା ବେଳେ କେବଳ ସୋରରେ ବିଜେପି ହାତେଇଛି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

...view details