Municipal Election: ଝାରସୁଗୁଡାରେ ବିଜେପିର ଡୋର ଟୁ ଡୋର କ୍ୟାମ୍ପେନିଂ - ପୌର ନିର୍ବାଚନ ୨୦୨୨
ଝାରସୁଗୁଡା : ଦିନ କେଇଟା ପରେ ପୌର ନିର୍ବାଚନ । ଏନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଝାରସୁଗୁଡ଼ାର ପୌର ପରିଷଦ ଅଧିନରେ ରହିଛି ୨୪ଟି ୱର୍ଡ । ତେବେ ସ୍କୁଟନି ପରେ ୨୪ଟି ୱର୍ଡ ପାଇଁ ୮୫ଜଣ ପ୍ରାର୍ଥୀ କାଉନସିଲର ପଦବି ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ବର୍ତ୍ତମାନ କିଛି ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିଥିବା ବେଳେ ବିଜେପି ତାର ପ୍ରଚାର ଆରମ୍ଭ କରିଛି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ତ୍ରିନାଥ ଗୁଆଲ ବିଜେପି ପକ୍ଷରୁ ଝାରସୁଗୁଡ଼ା ପୌରପରିଷଦର ଅଧ୍ୟକ୍ଷ ପଦବିରେ ପ୍ରତିଦ୍ବନ୍ଦିତା କରିବା ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଆଜି(ଶୁକ୍ରବାର) ୱାର୍ଡ ନଂ୭ ରୁ କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି । ନିଜ ପ୍ରତିଦ୍ୱନ୍ଦୀଙ୍କୁ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି । ତେବେ ତ୍ରିନାଥ ଗୁଆଲଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା । ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST