ଓଡିଶା

odisha

By

Published : Mar 2, 2022, 8:25 AM IST

Updated : Feb 3, 2023, 8:18 PM IST

ETV Bharat / videos

ଭୋର 4ଟାରେ ଲୋକନାଥ ମନ୍ଦିରରେ ଉଠିଲା ମହାଦୀପ

ପୁରୀ: ପବିତ୍ର ମହାଶିବରାତ୍ରୀ ନିମନ୍ତେ ପୁରୀର ପ୍ରଭୁ ଲୋକନାଥଙ୍କ ପୀଠ ଚଳଚଞ୍ଚଳ ହୋଇପଡ଼ିଥିଲା । ଜାଗର ବ୍ରତ ପାଳନ କରିଥିବା ଭକ୍ତ ମାନେ ମନ୍ଦିର ନିକଟରେ ଦୀପ ଜାଳି ଉଜାଗର ରହିଛନ୍ତି। ଲୋକନାଥ ମନ୍ଦିରରେ ଭୋର 4 ଟା ସମୟରେ ମହାଦୀପ ଉଠିଛି। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେପଟେ ଏକାଦଶୀ ଦିନରୁ ତିନିଦିନ ହେବ ଜଳୁଥିବା ବିଶାଳ ଜଗତ ମଙ୍ଗଳ ଦୀପକୁ ଦେଖିବାକୁ ଭକ୍ତଙ୍କ ସମାଗମ ହୋଇଥିଲା। ଜାଗର ଯାତ୍ରା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

...view details