ଓଡିଶା

odisha

ETV Bharat / videos

କୋଟିଆରେ ନିର୍ବାଚନ ସଫଳତା ହେଉ ସମ୍ପର୍କର ସେତୁ: ପୂର୍ବତନ ଜିଲ୍ଲାପାଳ - କୋଟିଆରେ ସଫଳ ନିର୍ବାଚନ

By

Published : Feb 19, 2022, 8:55 PM IST

Updated : Feb 3, 2023, 8:17 PM IST

କୋରାପୁଟ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ସଫଳ ହୋଇଛି ନିର୍ବାଚନ । ଏହି ସଫଳତା ଅଞ୍ଚଳବାସୀଙ୍କ ଓଡ଼ିଶା ପ୍ରତି ଥିବା ସମର୍ଥନର ସୂଚନା ଦେଇଛି ବୋଲି କହିଛନ୍ତି ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା । ଦୁଇ ରାଜ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ସୀମା ବିବାଦର ଆଢ଼ୁଆଳରେ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଯୋଜନା କରିଥିଲା । ଗତବର୍ଷ ଆନ୍ଧ୍ର ଦ୍ଵାରା ଅନୁଷ୍ଠିତ ନିର୍ବାଚନ ଅପେକ୍ଷା ଅଧିକ ଭାଗ କୋଟିଆ ବାସୀଙ୍କ ଯୋଗଦାନ ଏକ ଶକ୍ତ ଜବାବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି। ତେବେ ନିର୍ବାଚନରେ ମିଳିଥିବା ସଫଳତାକୁ ଆଧାର କରି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ବୁଦ୍ଧିଜୀବୀ ଅଞ୍ଚଳବାସୀଙ୍କ ବାସ୍ତବ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେମାନଙ୍କ ସହ ଭାବଗତ ସମ୍ପର୍କକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ଆମ କୋଟିଆ ସଂଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ମତ ରଖିଛନ୍ତି । ପାହାଡିଆ ରାସ୍ତାରେ ଗମନାଗମନ, ଲୋକଙ୍କ ମଧ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର, ସେମାନଙ୍କ ପସନ୍ଦର ଜୀବନ ଜୀବିକା ପାଇଁ ସହଯୋଗ ପ୍ରଦାନ, ସମସ୍ତ ପିଲାଙ୍କ ପାଇଁ ହାତ ପାହାନ୍ତାରେ ଶିକ୍ଷାନୁଷ୍ଠାନ ବ୍ୟବସ୍ଥା, ଗାଁ ଗାଁରେ ସ୍ବାସ୍ଥ୍ୟ ସେବା, ଅବହେଳିତ ଆଦିବାସୀଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ତଥା ଜମିପଟ୍ଟା ବଣ୍ଟନ ଭଳି ବିଷୟ ପ୍ରତି କେନ୍ଦ୍ରୀଭୂତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ପରିଡ଼ା ସ୍ପଷ୍ଟ କରିଛନ୍ତି । ଓଡ଼ିଶା ଦ୍ଵାରା କରାଯାଇଥିବା ପଞ୍ଚାୟତ ନିର୍ବାଚନରେ କୋଟିଆବାସୀଙ୍କ ଅଭୂତପୂର୍ବ ଯୋଗଦାନ ସୁପ୍ରିମକୋର୍ଟରେ ଚାଲିଥିବା ଓଡ଼ିଶା ଓ ଆନ୍ଧ୍ର ସୀମା ବିବାଦର ଆଇନଗତ ଲଢେଇରେ ଓଡ଼ିଶାର ପକ୍ଷକୁ ଶକ୍ତି ପ୍ରଦାନ କରିବ ବୋଲି ସେ ଆଶା ବାନ୍ଧିଛନ୍ତି । କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details