ଓଡିଶା

odisha

ETV Bharat / videos

Municipal Election: ପୌର ନିର୍ବାଚନକୁ କୋରାପୁଟ ପ୍ରଶାସନର ପ୍ରସ୍ତୁତି ଆରମ୍ଭ - ପୌର ନିର୍ବାଚନ ମତଦାନ ପାଇଁ ପ୍ରସ୍ତୁତି

By

Published : Mar 22, 2022, 10:52 PM IST

Updated : Feb 3, 2023, 8:20 PM IST

କୋରାପୁଟ: ଆଜି ପୌର ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ଧାରାରେ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ କରିଛନ୍ତି ଜୋରଦାର ପ୍ରଚାର । ତେବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କୋରାପୁଟ ପୌରାଞ୍ଚଳରେ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ସମେତ କଂଗ୍ରେସ ଦଳୀୟ ଚିହ୍ନରେ ନିର୍ବାଚନ ଲଢୁଥିବା ସମସ୍ତ କାଉନସିଲରଙ୍କୁ ନେଇ ସହରର ଗଳିକନ୍ଦିରେ ଶୋଭାଯାତ୍ରା ସହ ପ୍ରଚାର କରିଛନ୍ତି । ସେହିପରି ପୌର ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ରହିଥିବା ବେଳେ ୮୦ ଜଣ କାଉନସିଲର ପଦବୀ ପାଇଁ ପ୍ରତିଯୋଗିତା କରୁଛନ୍ତି । ସେହିଭଳି ସୁନାବେଡ଼ା ପୌର ପରିଷଦରେ ୯୩ଜଣ କାଉନସିଲର ପ୍ରାର୍ଥୀଙ୍କ ସମେତ ୧୪ଜଣ ଚେୟାରମ୍ୟାନ ପଦବୀ ପାଇଁ ପ୍ରାର୍ଥୀ ପ୍ରତିଯୋଗିତା କରୁଛନ୍ତି । ଏଥିସହ ୨୮ଟି ୱାର୍ଡ ବିଶିଷ୍ଟ ଜୟପୁର ପୌରାଞ୍ଚଳରେ ୧୧୮ ଜଣ କାଉସିଲର ପ୍ରାର୍ଥୀ ଏବଂ ଅଧ୍ୟକ୍ଷ ପାଇଁ ୧୮ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପଟେ କୋଟପାଡ ଏନଏସିର ୧୩ଟି ୱାର୍ଡରେ କାଉସିଲର ପଦବୀ ଦୌଡରେ ୪୩ଜଣ ଏବଂ ଅଧ୍ୟକ୍ଷ ପଦ ପାଇଁ ୫ଜଣ ପ୍ରାର୍ଥୀ ରହିଛନ୍ତି । ଆଉ ଗୋଟିଏ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିବା ବେଳେ ନିର୍ବାଚନର ସୁପରିଚାଳନା ଲାଗି ପ୍ରାଶାସନିକ ସ୍ତରରେ ଆରମ୍ଭ ହୋଇଛି କାର୍ଯ୍ୟ ବୋଲି କୋରାପୁଟ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ କହିଛନ୍ତି । କୋରାପୁଟର ସି.ଏଚ ଶାନ୍ତାକାର, ଇଟିଭି ଭାରତ କୋରାପୁଟର ସି.ଏଚ ଶାନ୍ତାକାର, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details