Elephant Fear: କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୦ ଟିକିଆ ଝାଡ଼ଖଣ୍ଡି ହାତୀପଲ - ମୟୂରଭଞ୍ଜ ଖବର
ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡକୁ ପୁଣି ଲେଉଟିଲେ ୨୦ ଟିକିଆ ଝାଡ଼ଖଣ୍ଡି ହାତୀପଲ । ଗତ କିଛି ମାସ ହେବ କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରୁ ଝାଡ଼ଖଣ୍ଡି ହାତୀପଲ ଅନ୍ୟତ୍ର ଚାଲି ଯାଇଥିଲେ । ତେବେ ଗତ କିଛି ମାସ ବ୍ୟବଧାନରେ ପୁଣି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଫେରିଛନ୍ତି ୨୦ ଟିକିଆ ଝାଡ଼ଖଣ୍ଡି ହାତୀପଲ । ବନବିଭାଗର ସୂଚନା ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ୨୦ ଟିକିଆ ହାତୀପଲ ରରୁଆଁ ବ୍ଲକ ଅନ୍ତର୍ଗତ ଜାମୁତି ଗାଁରେ ପଶିଥିଲେ। ତେବେ ଆଜି(ସୋମବାର) ବାରିଆ ଜଙ୍ଗଲରେ ହାତୀପଲ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀପଲ ପୁଣି ଥରେ ଫେରିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । କିଛି ମାସ ପୂର୍ବରୁ ଧାନ ଫସଲ ଅମଳ ସମୟ ଥିବାରୁ ଫସଲ ଖାଇବା ଉଦ୍ଦେଶ୍ୟରେ ହାତୀପଲ ବାରମ୍ବାର ଆସୁଥିବା ବେଳେ ବର୍ତ୍ତମାନ ଜଙ୍ଗଲ ନିଆଁ ଯୋଗୁଁ ହାତୀପଲ ଗାଁମୁହାଁ ହେଉଥିବାର ଦେଖିବାକୁ ମିଳିଛି। ସେପଟେ କୌଣସି ଅଭାବନୀୟ ପରିସ୍ଥିତି ସୃଷ୍ଟି ନ ହେବା ନେଇ ହାତୀପଲର ଗତିବିଧି ଉପରେ କଡା ନଜର ରଖିଛି ବନବିଭାଗ। ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ
Last Updated : Feb 3, 2023, 8:22 PM IST