ଓଡିଶା

odisha

ETV Bharat / videos

Ukraine Russia War: ଜନ୍ମମାଟିକୁ ଫେରିଲେ ଯାଜପୁରର ଡାକ୍ତରୀ ଛାତ୍ର, ଖୁସିରେ ଆତ୍ମବିଭୋର ପରିବାର - ଜନ୍ମମାଟିକୁ ଫେରିଲେ ଯାଜପୁରର ଡାକ୍ତରୀ ଛାତ୍ର

By

Published : Mar 9, 2022, 7:18 PM IST

Updated : Feb 3, 2023, 8:19 PM IST

ଯାଜପୁର: ୟୁକ୍ରେନ ଓ ରୁଷ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁଁ ଅନେକ ଦେଶର ଲୋକ ବହୁ କଷ୍ଟରେ ନିଜର ଦେଶକୁ ଫେରୁଛନ୍ତି। ତେବେ ଏହା ଭିତରେ ଭାରତର ଅନେକ ଛାତ୍ର ୟୁକ୍ରେନ ଦେଶରେ ଫସି ରହିଛନ୍ତି। ହେଲେ ଯାଜପୁରର କୋରେଇ ବ୍ଳକର ତିନିଜଣ ଡାକ୍ତରୀ ଛାତ୍ର ୟୁକ୍ରେନକୁ ପଢିବାକୁ ଯାଇ ଯୁଦ୍ଧ ଯୋଗୁଁ ସେଠାରେ ଫସି ରହିଥିଲେ । ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସ ଯୋଗୁଁ ଛୋଟରାୟପୁର ଗାଁର କୈଳାସ ଚନ୍ଦ୍ର ପଣ୍ଡାଙ୍କ ପୁଅ ଆଶିଷ ପଣ୍ଡା ନିଜ ଭିଟାମାଟିରେ ପହଞ୍ଚିଛନ୍ତି । ଯାହାକୁ ନେଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏନେଇ ଆଶିଷ ଓ ତାଙ୍କ ପରିବାର ସହ ଅଧିକ ଆଲୋଚନା କରିଛନ୍ତି ଆମ ଯାଜପୁର ସମ୍ବାଦଦାତା । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details