ଓଡିଶା

odisha

ETV Bharat / videos

ବରିଷ୍ଠ OAS ଅଫିସରଙ୍କ ଘରେ ଭିଜିଲାନ୍ସ ଚଢାଉ - bbsr vigilance raid

By

Published : Aug 12, 2020, 3:35 PM IST

ଭୁବନେଶ୍ବର: ଡିଜାଷ୍ଟର ରିଭେନ୍ଯୁ ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ ଟିମ। ଭୁବନେଶ୍ବର ସ୍ଥିତ ଟଙ୍କପାଣି ରୋଡ ରତ୍ନାକର ବାଗରେ ଥିବା ବାସଭବନ ସମେତ, ନୁଆଗାଁ ଆଉଟ ହାଉସ, ପଟିଆ ସ୍ଥିତ ଫ୍ଲାଟ, ବାଲେଶ୍ବର ସ୍ଥିତ ପୈତୃକ ବାସଭବନ ଓ ପୁରୀରେ ରେଡ କରିଛି ଭିଜିଲାନ୍ସ ଟିମ। ତେବେ ଦୁଇ ମାସ ପରେ ଅବସର ନେଇଥାନ୍ତେ ବରିଷ୍ଠ ଓଏଏସ ଅଫିସର ଅଜୟ କୁମାର ଦାସ। ତେବେ କାହିଁକି ଓ କିପରି ଆୟ ବହିର୍ଭୁତ ସମ୍ପତ୍ତିର ସୁରାକ ପାଇ ରେଡ କରିଛି ଟିମ ସେନେଇ ସ୍ପଷ୍ଟ ହୋଇନାହିଁ ।

ABOUT THE AUTHOR

...view details