ଓଡିଶା

odisha

ETV Bharat / videos

ଦାମୀ କାରରେ ହେଉଥିଲା ଗଞ୍ଜେଇ ଚାଲାଣ, ପର୍ଦ୍ଦାଫାଶ କଲା ପୋଲିସ

By

Published : Nov 3, 2020, 4:43 PM IST

ଭୁବନେଶ୍ବର: ନିଛାଟିଆ ଅନ୍ଧାର ରାତିର ସୁଯୋଗ ନେଇ ଦାମୀ କାରରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ହେଲେ ଏମାନଙ୍କ ଚାଲ୍ ରେ ପାଣି ପକାଇଛି ପୋଲିସ । ଏହି ଘଟଣାରେ 2 ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ 14 କେଜିର ଗଞ୍ଜେଇ ଜବତ କରିଛି ପୋଲିସ । ସୂଚନା ଅନୁସାରେ, କନ୍ଧମାଳରୁ ଆସିଥିବା ଗଞ୍ଜେଇକୁ ଭୁବନେଶ୍ବରରେ ଡିଲ କରିବାକୁ ଯୋଜନା ରଖିଥିଲେ ଗଞ୍ଜେଇ ମାଫିଆ । ହେଲେ ଡିଲ ହେବା ପୂର୍ବରୁ ବାଙ୍କୁଆଳ କୂଆଖାଇ ବ୍ରିଜ ନିକଟରେ ଗାଡି ଛିଡା ହୋଇଥିବା ସମୟରେ ସନ୍ଦେହ କରି ଛାନଭିନ କରିଥିଲା କମିଶନରେଟ ପୋଲିସ । ଏହାପରେ ଦୁଇ ଗଞ୍ଜେଇ ମାଫିଆ ସହ ଦୁଇଟି ବସ୍ତାରେ ଗଞ୍ଜେଇ ଜବତ କରିଛି ପୋଲିସ ।

ABOUT THE AUTHOR

...view details