ଓଡିଶା

odisha

ମାଲକାନଗିରି ପୋଲିସର ତଲାସି ଅଭିଯାନ, ବ୍ୟାପକ ବିସ୍ଫୋରକ ଜବତ

By

Published : Nov 12, 2020, 2:57 PM IST

Published : Nov 12, 2020, 2:57 PM IST

ମାଲକାନଗିରି: ଜିଲ୍ଲା ପୋଲିସକୁ ବଡ ସଫଳତା । ଗୁରୁବାର ଜିଲ୍ଲା ପୋଲିସର ତଲାସି ଅଭିଯାନ ସମୟରେ ଅଣ୍ଡରାପାଲି ନିକଟରେ ପୋଲିସ ଦ୍ବାରା ବିପୁଳ ପରିମାଣର ଗୁଳି ଓ ବୋମା ଜବତ କରାଯାଇଛି । ସୂଚନା ଅନୁଯାୟୀ, ମାଲାକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଏସଓଜି, ବିଏସଏଫ ଓ ଡିଭିଏଫ ମିଳିତ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ଅଣ୍ଡରାପାଲି ନିକଟରେ ସୁରକ୍ଷାକର୍ମୀ ହ୍ୟାଣ୍ଡ ଗ୍ରେନେଡ, ବହୁ ଥ୍ରୀନଟ ଥ୍ରୀ ଓ ନାଇନ ଏମଏମ ଗୁଳି ଜବତ କରିଛନ୍ତି । ମାଓବାଦୀଙ୍କ ଦ୍ବାରା ଏହି ମାଓ ସାମଗ୍ରୀ ଲୁକ୍କାୟିତ ଭାବେ ରଖାଯାଇଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ଯାହାଫଳରେ ମାଓବାଦୀଙ୍କ ଏକ ବଡ ଧରଣର ଯୋଜନାକୁ ପଣ୍ଡ କରାଯିବା ସହ ଶକ୍ତ ଝଟକା ଦେଇଛି ପୋଲିସ ।

ABOUT THE AUTHOR

...view details