ମାହାଙ୍ଗା ଡବଲ ମର୍ଡର ଘଟଣା; ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ, ଜବାବ ଦେଲା ବିଜେପି
ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ଦୁଇ ବିଜେପି ନେତାଙ୍କ ହତ୍ୟାକାଣ୍ଡ ନେଇ ଆଇନମନ୍ତ୍ରୀଙ୍କ ନାଁରେ ଏତଲା ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସେ। ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ବିଜେପି ଚାହୁଁଥିବା ସେ କହିଛନ୍ତି । ସେହିପରି ଯେତେବେଳେ ଓଡିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ସମସ୍ତେ ଲକ୍ଷ ରଖିବା ଉଚିତ। କିନ୍ତୁ ବିରୋଧୀ ରାଜନୈତିକ ଦଳଗୁଡିକ ଏ କଥା ଚାହୁଁଛନ୍ତି କି ନାହିଁ ତାହା ବଡ ପ୍ରଶ୍ନବାଚୀ ବୋଲି ଆଇନମନ୍ତ୍ରୀ କହିଛନ୍ତି ।