ଓଡିଶା

odisha

ETV Bharat / videos

ମାହାଙ୍ଗା ହତ୍ୟାକାଣ୍ଡ: କାର୍ଯ୍ୟାନୁଷ୍ଠାନ ନହେଲେ‌ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସଭାସମିତି କରାଇ ଦେବୁନି କହିଲା ବିଜେପି

By

Published : Jan 4, 2021, 4:07 PM IST

ଭୁବନେଶ୍ବର: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପିର ଦୁଇ ନେତାଙ୍କ ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ଘଟଣାରେ 48 ଘଣ୍ଟା ଭିତରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଦାବି । କାର୍ଯ୍ୟାନୁଷ୍ଠାନ ନହେଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସଭାସମିତି କରାଇ ଦେବୁନି କହିଲେ ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ । ଘଟଣାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଟକରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଦଳର ବରିଷ୍ଠ ନେତା ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି ଯେ, ‘ମାହାଙ୍ଗାରେ ବିଜେଡି କର୍ମୀ ମାନଙ୍କ ଦ୍ଵାରା ହତ୍ୟା କରାଯାଇଥିବା ବିଜେପି କର୍ମୀ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡରେ ଯଦି 48 ଘଣ୍ଟା ମଧ୍ୟରେ ଦୋଷୀ ମାନଙ୍କୁ ଗିରଫ କରାନଯାଏ, ତେବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ କୌଣସି ସଭାସମିତି କରାଇ ଦିଆଯିବ ନାହିଁ ।’

ABOUT THE AUTHOR

...view details