ପାହାଡ ତଳ ଜଙ୍ଗଲରୁ ତିନି ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର - ଗଳିତ ମୃତଦେହ ଉଦ୍ଧାର
ଅନୁଗୋଳ: ଜିଲ୍ଲା ଛେଣ୍ଡିପଦା ବାଲିପଟା ପଞ୍ଚାୟତ ବାଲି କୁଦିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଙ୍ଗଲରୁ ଏକାସାଥୀରେ ତିନୋଟି ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଅଛି ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କ ଗଳିତ ମୃତଦେହ । ବୁଧବାର ସନ୍ଧ୍ୟାରେ ଜଣେ ଛେଳି ଚରାଇବାକୁ ଯାଇ ଏହା ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ତେବେ ଉଦ୍ଧାର ହୋଇଥିବା ମୃତକ କିଏ ଓ ମୃତ୍ୟୁର କାରଣ କଣ ତାହା ଜଣାପଡିନାହିଁ। ତେବେ ଏହା ତ୍ରିକୋଣୀୟ ପ୍ରେମର ପରିଣତି ବୋଲି ସନ୍ଦେହ କରାଯାଉଛି।