ଓଡିଶା

odisha

ETV Bharat / videos

କାଳିଆ ପ୍ରେମରେ ତଲ୍ଲୀନ ପ୍ରବାସୀ ଓଡିଆ, ଆମେରିକା ରାସ୍ତାରେ ଗଡିଲା ଜଗାରଥ - ରଥଯାତ୍ରା

By

Published : Jul 19, 2021, 4:16 PM IST

Updated : Jul 20, 2021, 9:05 PM IST

ୱାଶିଂଟନ: ବଡଦାଣ୍ଡ ନୁହେଁ ଆମେରିକାର ଚକଚକିଆ ବିସ୍ତୃତ ଓସରିଆ ରାସ୍ତାରେ ଗଡିଲା ଜଗାରଥ । ତିନି ରଥ ନୁହେଁ, ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ, ଘଣ୍ଟି, ଢେଲ ନାଦରେ ଭକ୍ତିମୟ ପରିବେଶରେ ଜଗା ପ୍ରେମରେ ତଲ୍ଲୀନ ସଭିଏଁ । ରଥଯାତ୍ରା ଅବସରରେ ପ୍ରବାସୀ ଓଡିଆ ସୁଦୂର ଆମେରିକାରେ ରହି କାଳିଆ ଠାକୁରର ରଥଯାତ୍ରା ପାଳନ କରିଛନ୍ତି । ଆମେରିକା ଓ୍ବାଶିଂଟନ (ଷ୍ଟେଟ୍) ବୋଥେଲ୍ ଠାରେ କିଛି ପ୍ରବାସୀ ଓଡିଆ ଘଣ୍ଟି, ଢୋଲ ଆଦି ବଜାଇ ରଥ ଟାଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ୩ ରଥ ନଥିଲେ ମଧ୍ୟ ଗୋଟିଏ ରଥରେ ୩ ଠାକରଙ୍କୁ ରଥାରୂଢ କରି ଅତି ଆନନ୍ଦର ସହିତ ରଥ ଟାଣୁଛନ୍ତି କିଛି ଓଡିଆ । ଜଗନ୍ନାଥ ନାମରେ କମ୍ପୁଛି ଚତୁର୍ଦ୍ଦିଗ । ଏହି ରଥଟଣା ସମୟରେ ଅନ୍ୟ କିଛି ବିଦେଶୀ ଭକ୍ତ ମଧ୍ୟ ସାମିଲ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆମ ରାଜ୍ୟରେ ବିନା ଭକ୍ତରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସୁପ୍ରିମକୋର୍ଟ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଟାଣିବାକୁ ମଧ୍ୟ ବାରଣ କରିଛନ୍ତି । ତେବେ ଏଠାରେ ଆନନ୍ଦ ଉଲ୍ଲାସର ସହକାରେ କୁନି ରଥଟାଣି ରଥଯାତ୍ରା ପାଳନ କରିଛନ୍ତି ପ୍ରବାସୀ ଓଡିଆ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆମ ରାଜ୍ୟ ସହିତ ବିଦେଶରେ ମଧ୍ୟ ପାଳନ କରୁଥିବାର ଅନେକ ଦୃଶ୍ୟ ଦେଖିବାକୁ ମିଳେ । ବିଦେଶରେ ଘଣ୍ଟ, ଢୋଲ ସହିତ ରଥ ଟାଣିଥାନ୍ତି ଅନେକ ବିଦେଶୀ ଭକ୍ତ ।
Last Updated : Jul 20, 2021, 9:05 PM IST

ABOUT THE AUTHOR

...view details