ଓଡିଶା

odisha

By

Published : Jan 20, 2021, 9:56 PM IST

ETV Bharat / videos

ହ୍ବାଇଟହାଉସରୁ ବିଦାୟ ନେଲେ ଟ୍ରମ୍ପ, ଜାଣନ୍ତୁ ନୂଆ ଠିକଣା...

ୱାଶିଂଟନ: ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ହ୍ବାଇଟହାଉସରୁ ବିଦାୟ ନେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ହ୍ବାଇଟହାଉସରୁ ବିଦାୟ ନେବା ସମୟରେ ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିୟା ମଧ୍ୟ ଉପସ୍ଥିତ ଥିଲେ । ଟ୍ରମ୍ପ ହ୍ବାଇଟହାଉସ ଛାଡିବା ପରେ ୱାଶିଂଟନରୁ ଫ୍ଲୋରିଡା ବାହାରିଛନ୍ତି । ଆମେରିକା ମିଡିଆ ଖବର ଅନୁଯାୟୀ ଟ୍ରମ୍ପ ଫ୍ଲୋରିଡାରେ ପାମ ବିଚ ନିକଟସ୍ଥ ନିଜ ମାର୍‌-ଏ-ଲୋଗୋ ଇଷ୍ଟେଟକୁ ସ୍ଥାୟୀ ବାସଭବନ କରିବେ ।

ABOUT THE AUTHOR

...view details