ଓଡିଶା

odisha

ETV Bharat / videos

Ukraine-Russia War: ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ - କିଭ ଭାରତୀୟ ଦୂତାବାସ ବାହାରେ ପ୍ରବାସୀଙ୍କ ଭିଡ଼

By

Published : Feb 24, 2022, 5:51 PM IST

Updated : Feb 3, 2023, 8:17 PM IST

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଋଷର ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । କିନ୍ତୁ ଅନେକ ସମୟ ଧରି ଯୁଦ୍ଧ ଲାଗିବା ଫଳରେ ଏବେ ଋଷ ଆକ୍ରମଣରେ ଧରାଶାୟୀ ହୋଇଛି ୟୁକ୍ରେନ । ତେବେ ଦୁଇ ରାଷ୍ଟ୍ରର ବିବାଦରେ ଫସି ଯାଇଛନ୍ତି ଅନେକ ଭାରତୀୟ ଛାତ୍ରଛାତ୍ରୀ । ଆଜି(ଗୁରୁବାର) ଦେଶ ଅନେକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିଥାନ୍ତା । ମାତ୍ର ଯୁଦ୍ଧ ଆରମ୍ଭ ହେବା ପରେ କିଭ ଏୟାରପୋର୍ଟ ବନ୍ଦ ହୋଇଛି । ସେପଟେ କିଭ ରେଲୱେ ଷ୍ଟେସନରେ ଗତକାଲିଠାରୁ ଆସିଥିବା ଅନେକ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଏମାନେ ୟୁକ୍ରେନର ବିଭିନ୍ନ ୟୁନିଭର୍ସିଟିରେ ପାଠ ପଢୁଥିଲେ । ଛାତ୍ରଛାତ୍ରୀ ଭୟଭୀତ ହୋଇ ଭାରତୀୟ ଦୂତାବାସଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ ସେମାନେ କୌଣସି ଉତ୍ତର ଦେଉନଥିବା ଏମାନେ ଅଭିଯୋଗ କରୁଛନ୍ତି । ୟୁକ୍ରେନରେ ଟାକ୍ସି ମିଳୁନଥିବା ସେମାନେ କହିଛନ୍ତି । ସେପଟେ -୨ ଡିଗ୍ରୀ ତାପମାତ୍ରାରେ ଅନେକ ଭାରତୀୟ କିଭରେ ଥିବା ଇଣ୍ଡିଆନ ଦୂତାବାସ ବାହାରେ ଠିଆ ହୋଇ ରହିଛନ୍ତି । ସେମାନେ ରାଷ୍ଟ୍ରଦୂତକୁ ବସିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଭାରତୀୟ ଦୂତାବାସ ସେମାନଙ୍କୁ ନିଜେ ହୋଟେଲ ଖୋଜି ଆଶ୍ରୟ ନେବାକୁ କହିଥିବା ଅଭିଯୋଗ କରିଛନ୍ତି ୟୁକ୍ରେନରେ ଥିବା ଭାରତୀୟ ।
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details