ଓଡିଶା

odisha

ETV Bharat / videos

ପାହାଡ଼ରୁ 300 ଫୁଟ ତଳକୁ ଖସିଲେ ଯୁବକ, ଉଦ୍ଧାର କଲା ଭାରତୀୟ ବାୟୁସେନା

By

Published : Feb 21, 2022, 9:44 AM IST

Updated : Feb 3, 2023, 8:17 PM IST

ବେଙ୍ଗାଲୁରୁ: ପ୍ରାୟ 300 ଫୁଟ ପାହାଡ଼ ତଳକୁ ଖସିବା ବେଳେ ଜଣେ ଯୁବକଙ୍କୁ ଉଦ୍ଧାର କଲା ଭାରତୀୟ ବାୟୁ ସେନା। ବେଙ୍ଗାଲୁରୁର ଜଣେ 19 ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ପାହାଡ଼ରେ ଟ୍ରାକିଂ ପାଇଁ ଆସିଥିଲେ। ହେଲେ ହଠାତ ତାଙ୍କ ଗୋଡ଼ ଖସିଯିବାରୁ ସେ 300 ଫୁଟ ଗଭୀର ତଳକୁ ଖସି ପଡ଼ିଲେ। ସୌଭାଗ୍ୟ ବଶତଃ ସେ ଏକ ଘାଇରେ ଯାଇ ପଡ଼ିଲେ। ଏହାପରେ ଯୁବକ ଜଣକ ପୋଲିସ କଣ୍ଟ୍ରୋଲ ରୁମକୁ ମେସେଜ କରିବା ସହ ନିଜ ଲୋକେସନ ପଠାଇଥିଲେ। ଘଟଣାସ୍ଥଳରେ NDRF ଟିମ ଏବଂ ପୋଲିସ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ଯୁବକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିଲେ ନାହିଁ । ଏହାପରେ ଭାରତୀୟ ବାୟୁସେନା MI-17 ହେଲିକପ୍ଟର ସାହାଯ୍ୟରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଛି।
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details