ଓଡିଶା

odisha

By

Published : Mar 18, 2022, 1:44 PM IST

Updated : Feb 3, 2023, 8:20 PM IST

ETV Bharat / videos

ପ୍ରବଳ ଭିଡ ଭିତରେ ଶ୍ରୀକ୍ଷେତ୍ରରେ ହୋଲି ପାଳିଲେ ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ ମାନେ ପରସ୍ପର ମଧ୍ୟରେ ଅବିର ବୋଳି ହୋଲି ଉତ୍ସବ ମନାଇଛନ୍ତି। ଜୟ ଜଗନ୍ନାଥ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଛି । ଚଳିତ ବର୍ଷ ବିଶ୍ୱରୁ କୋଭିଡ ମହାମାରୀ ଦୂରେଇ ଯାଇ ବିଶ୍ୱ ବାସୀଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details