Panchayat Poll: ୫ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର - ବୌଦ୍ଧରେ ପଞ୍ଚାୟତ ନିର୍ବାଚନ
ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ସରଗରମ ରାଜନୀତି । ଗାଁ ଠାରୁ ସହର ଚାରିଆଡେ ଦେଖିବାକୁ ମିଳିଛି ନିର୍ବାଚନ ପ୍ରଚାର । ନିର୍ବାଚନ ଆସନକୁ ଅକ୍ତିଆର କରିବା ପାଇଁ ରାଜନୈତିକ ଦଳ ମଧ୍ୟରେ ହେଭିୱେଟ ଟକ୍କର ଦେଖିବାକୁ ମିଳିଛି । ସେହିକ୍ରମରେ ବୌଦ୍ଧ ଜିଲ୍ଲାର ୫ ନମ୍ବର ଜୋନରେ ଶାସକ ବିଜେଡି ସହିତ ବିରୋଧୀ ବିଜେପି, କଂଗ୍ରେସ ଓ ସିପିଆଇ ପ୍ରାର୍ଥୀ ମାନେ ପ୍ରଚାର ଅଭିଯାନକୁ ଯୋରଦାର କରିଛନ୍ତି । ଜିଲ୍ଲାର ମୁଣ୍ଡାପଡା, ବହିରା, ଅଁଳାପାଲି, ଆମ୍ବଝରୀ, ବ୍ରାହ୍ମଣୀପାଲି, ବଘିଆପଡା, ଟିକରପଡା ଭଳି ପଞ୍ଚାୟତକୁ ନେଇ ଗଠିତ ପାଞ୍ଚ ନମ୍ବର ଜିଲ୍ଲା ପରିଷଦ ଆସନ ଶାସକ ବିଜେଡି ଦଳର ଗଡ ରହିଥିବା ବେଳେ ବିଜେପି ଦଳ ସହିତ କଡା ଟକ୍କର ହେଉଥିହା ନେଇ ଚର୍ଚ୍ଚା ହେଇଛି । ବିକାଶକୁ ନେଇ ଭୋଟର ନିଜ ମତାମତ ଭୋଟରେ ପରିବର୍ତ୍ତନ କରିବା ନେଇ ସୂଚନା ଦେଇଛନ୍ତି । ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Feb 3, 2023, 8:16 PM IST