ଓଡିଶା

odisha

ETV Bharat / videos

Bande Utkala Janani; ବନ୍ଦେ ଉତ୍କଳ ଜନନୀ ଗାଇଲେ ରାଜ୍ୟପାଳ - ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଲେ ରାଜ୍ୟପାଳ

By

Published : Apr 1, 2022, 7:04 PM IST

Updated : Feb 3, 2023, 8:21 PM IST

ଭୁବନେଶ୍ବର: ଗୀତ ଗାଇଲେ ରାଜ୍ୟପାଳ । ବନ୍ଦେ ଉତ୍କଳ ଜନନୀ ଗୀତକୁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗାଇଛନ୍ତି। ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହାକୁ ଉନ୍ମୋଚନ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଂଗୀତରେ କଣ୍ଠଶିଳ୍ପୀ ହୁମାନ ସାଗର ଓ ଦୀପ୍ତିରେଖା ମଧ୍ୟ କଣ୍ଠଦାନ କରିଛନ୍ତି। ବିଜୟ ମଲ୍ଲ ଗୀତ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ପ୍ରେମାନନ୍ଦ। ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ବିଶିଷ୍ଟ ବଂଶୀବଦକ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details