ଓଡିଶା

odisha

ETV Bharat / videos

ପୋଲିସଙ୍କ ବିନା ଅନୁମତିରେ ଖାଦ୍ୟ ବାଣ୍ଟିବେନି ସ୍ବେଚ୍ଛାସେବୀ - Volunteers

By

Published : Apr 1, 2020, 8:22 PM IST

କଟକ: ସାରା ଦେଶରେ କୋରୋନାକୁ ନେଇ ଲକଡାଉନ ଜାରି ହୋଇଥିବା ବେଳେ ଅନେକ ଅସହାୟ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବାକୁ ଆଗଭର ହେଉଛନ୍ତି ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ । ଖାଦ୍ୟ ବଣ୍ଟନ ସମୟରେ କିଭଳି ସାମାଜିକ ଦୂରତା ବଜାୟ ରହିବ ସେଥିପ୍ରତି ଯଥେଷ୍ଟ ସଜାଗ ରହିବାକୁ ପରାମର୍ଶ ଦେଉଛନ୍ତି କମିଶନରେଟ ପୋଲିସ । ଯଦି କୌଣସି ବ୍ୟକ୍ତି ଖାଦ୍ୟ ବଣ୍ଟନ କରିବାକୁ ଚାହୁଁଛନ୍ତି, ତେବେ ସେ ପୋଲିସଙ୍କଠାରୁ ଅନୁମତି ଆଣି ପଠାଇବାକୁ ନିୟମ ହୋଇଛି ।ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ପ୍ରଭୁକଲ୍ୟାଣ ପାଲ....

ABOUT THE AUTHOR

...view details