ଯମୁନା ନଦୀ ସଫା କଲେ 2 କେନ୍ଦ୍ରମନ୍ତ୍ରୀ
‘ଆମ ନଦୀ, ଆମ ଭବିଷ୍ୟତ’ ଏହି କ୍ୟାମ୍ପେନିଂ ମାଧ୍ୟମରେ ଦେଶବ୍ୟାପି ନଦୀ ସଫେଇ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି । ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର । ଖାଲି ସଚେତନତା ବାର୍ତ୍ତା କାହିଁକି ସାଧାରଣ ଲୋକଙ୍କ ଗହଣରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ନିଜେ ନଦୀ ସଫା କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ରତନ ଲାଲ କଟାରିଆଙ୍କ ସହ ଗଜେନ୍ଦ୍ର ଦିଲ୍ଲୀ ଯମୁନା ନଦୀର ଛଟ୍ ଘାଟରେ ପହଞ୍ଚି ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।