ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ - ସୁବର୍ଣ୍ଣପୁର ଇଷ୍ଟଦେବୀ ମା ସୁରେଶ୍ବରୀ
ସୁବର୍ଣ୍ଣପୁର: କେଉଁ ଅନାଦି କାଳରୁ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ସୁରେଶ୍ବରୀଙ୍କର ପରୁହାଁ ଦେବୀ ଭାବରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳରେ ଇଷ୍ଟଦେବୀ ଭାବେ ପ୍ରତିଟି ପର୍ବପର୍ବାଣୀ ଯାନିଯାତ୍ରାରେ ଅଗ୍ରଦେବୀ ରୂପରେ ପୂଜା ପାଆନ୍ତି ମା’ । ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଦକ୍ଷିଣମୁହାଁ ଭାବେ ପ୍ରତିଷ୍ଠିତା ଦେବୀଙ୍କର ଐତିହାସିକ ବଳିଯାତ୍ରାରେ ଏକ ପ୍ରମୁଖ ଭୂମିକା ରହିଛି। ପ୍ରତିବର୍ଷ ଆଶ୍ବିନ ମହାଳୟାରୁ ପୂର୍ଣ୍ଣିମା ଯାଏଁ 16 ଦିନ ଧରି ପାଳିତ ହେଉଥିବା ବଳିଯାତ୍ରାରେ ମହାଳୟାରୁ ପୂର୍ଣ୍ଣିମା ଯାଏଁ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥା’ନ୍ତି।