ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଲା ହରିଣ, ଆଉ ତା’ ପରେ... - ଜଙ୍ଗଲ ବିଭାଗ କର୍ମଚାରୀ
ଜଙ୍ଗଲ ଛାଡି ଗାଁ ମୁହାଁ ହରିଣ । ଖାଦ୍ୟ ଅନ୍ବେଷଣରେ ଏକ ହରିଣ ଗାଁକୁ ପଶି ଆସିଛି । ଯାହାକୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଘସିପୁରା ବ୍ଲକ ନଣ୍ତାବର ଗାଁରେ । ସେପଟେ ଖବର ପାଇ ବନବିଭାଗ ଅଧିକାରୀ ହରିଣଟିକୁ ଉଦ୍ଧାର କରି ପୁଣି ଜଙ୍ଗଲରେ ଛାଡି ଦେଇଛନ୍ତି । ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ