ନବରାତ୍ରରେ ଭକ୍ତଙ୍କ ଠାରୁ ନୈବେଦ୍ୟ ଗ୍ରହଣ କରିବେ ମା' ହିଙ୍ଗୁଳା - ତାଳଚେରର ମା ହିଙ୍ଗୁଳା
ମା’ ଶକ୍ତି କେବେ ସୁନ୍ଦରୀ କେବେ ଭୟଙ୍କରୀ । ସେ ରକ୍ଷାକର୍ତ୍ତା ରୂପେ ଆରାଧିତା । ଭିନ୍ନ ଭିନ୍ନ ନାମ ବହନ କରି ବିରାଜିତା ମାଆ। ସେହି ଆଦ୍ୟାଶକ୍ତି, ଅଗ୍ନୀରୂପା ମା’ ପରମ ବୈଷ୍ଣବୀ ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳ ଗଡରେ ହିଙ୍ଗୁଳା ନାମରେ ସର୍ବଜନ ବନ୍ଦିତା । ମା’ ହିଙ୍ଗୁଳା ଅଷ୍ଟମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମ । ମା’ ଙ୍କ ପୀଠ ଯେତିକି ପ୍ରାଚୀନ ସେତିକି ବୈଚିତ୍ୟମୟ । ଏପରିକି କିମ୍ବଦନ୍ତୀ କହେ ଶ୍ରୀକ୍ଷେତ୍ର ଧାମ ସହ ମା’ ଙ୍କ ପୀଠର ରହିଛି ନିବିଡ ସମ୍ପର୍କ । କାରଣ ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ସେଥିପାଇଁ ତ ଅଗ୍ନି ରୂପରେ ମା’ ହିଙ୍ଗୁଳା ଜଗନ୍ନାଥଙ୍କ ପୀଠରେ ବିରାଜମାନ କରିଛନ୍ତି ।