ଶ୍ରୀମନ୍ଦିର ଦ୍ୱାରଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ - puri temple
ପୁରୀ: ମହାପ୍ରଭୁଙ୍କ ଦିବ୍ୟ ଆଳତି । ଥରୁଟିଏ ଦେଖିଲେ ମନ ଲାଖିଯିବ । ସବୁ ଦିନ ପରେ ଆଜି ବଡି ଭୋରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇ ମହାପ୍ରଭୁଙ୍କ ଦିବ୍ୟ ଆଳତି କରାଯାଇଛି । ସେବାୟତ ଓ ବଡ ପଣ୍ଡାମାନେ ରିତି ନୀତି ସହ ଆଳତି କରିଛନ୍ତି । ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଥାନୀୟ ଲୋକ ମଧ୍ୟ ପହଞ୍ଚିଛନ୍ତି । ହରିବୋଲ, ହୁଳହୁଳି ଓ ଘଣ୍ଟଘଣ୍ଟାରେ ସିଂହଦ୍ବାର ପୁରି ଉଠୁଛି ।