ଓଡିଶା

odisha

By

Published : Jan 25, 2022, 10:44 PM IST

ETV Bharat / videos

କଳା ପାଇଁ ପଦ୍ମଶ୍ରୀ ପାଇଲେ ଶ୍ୟାମାମଣି, ଦେଶବାସୀଙ୍କୁ ଦେଲେ ଧନ୍ୟବାଦ

କଟକ: ପ୍ରସିଦ୍ଧ ସଙ୍ଗୀତଜ୍ଞ ଶ୍ୟାମାମଣି ଦେବୀଙ୍କୁ ପଦ୍ମଶ୍ରୀ ଘୋଷଣା । କଳା ପାଇଁ ତାଙ୍କୁ ପଦ୍ମଶ୍ରୀ ପଦରେ ଅଳଙ୍କୃତ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ଓ ତମାମ ଦେଶବାସୀଙ୍କ ଆଶୀର୍ବାଦ ପାଇଁ ଏହି ପୁରସ୍କାର ପ୍ରାପ୍ତ ହୋଇଛି ବୋଲି କହିଛନ୍ତି । ଏହାଛଡା ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏହା ସମ୍ଭବ ହୋଇଛି । ପାରମ୍ପରିକ ଗୀତ ଯାହା ପୂର୍ବରୁ ରହିଥିଲା ତାହା ଆଜି ବି ଅଛି ଆଉ ଭବିଷ୍ୟତରେ ମଧ୍ୟ ରହିବ ବୋଲି କହିଛନ୍ତି । ତେବେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଙ୍ଗୀତ ପ୍ରତି ଥିବା ସେହି ଭଲ ପାଇବା ବଳବତ୍ତର ରହିବ ବୋଲି କହିଛନ୍ତି । କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details