ଦୃଷ୍ଟି ଆଢୁଆଳରେ ମହିମାଧର୍ମୀ ପୁସ୍ତକ, ପ୍ରକାଶନ ଓ ଅନୁବାଦ ପାଇଁ ଦାବି - books
ସୁବର୍ଣ୍ଣପୁର: ରୂପ ରେଖ ନାହିଁ ହେ ଶୂନ୍ୟ ଦେହୀ ଅଛ ଉଦେ ହୋଇ । ପ୍ରତି ରାତିର ତରା ଉଦୟରେ ଏମିତି ଅନେକ ଭଜନ ଜଣାଣର ସ୍ବର ଭାସି ଆସୁଛି ସନ୍ଥ କବି ଭୀମଭୋଇଙ୍କ ସିଦ୍ଧି ସାଧନା ଓ ସମାଧି ପୀଠରୁ । ସନ୍ଥ କବି ଭୀମଭୋଇଙ୍କ ଏହି କାଳଜୟୀ ପଂକ୍ତି ଆଜି ବି ଆକର୍ଷିତ କରୁାଛି ଅନେକ ଗବେଷକ ଓ ସାହିତ୍ୟ ରସିକଙ୍କୁ । ହେଲେ ଆଜି ବି ସନ୍ଥଙ୍କ କେତେକ କାବ୍ୟକବିତା, ଗ୍ରନ୍ଥାବଳୀ ପ୍ରକାଶନ ହେଉନଥିବା ବେଳେ ସାହିତ୍ୟର ପୁନଃରୁଦ୍ଧାର ଦିଗରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।