ପଟିଦିଅଁଙ୍କ ମଙ୍ଗଳ ଆଳତୀ - pattidian
ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ମହାସ୍ନାନ ପରେ ଶ୍ରୀଜିଉମାନେ ଜ୍ବରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ମହିମାମଣି ଅଣସରରେ ଘରେ ରହିଥିବାରୁ ମୁଖ୍ୟ ମନ୍ଦିରରେ ପଟିଦିଅଁ ପୂଜା ପାଉଥିବା ଦେଖାଯାଇଛି । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ୟ୍ୟନ୍ତ ପଟି ଦିଅଁ ପୂଜା ପାଇବେ । ଏନେଇ ତାଙ୍କର ଚାଲିଛି ମଙ୍ଗଳ ଆଳତୀ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଭାଇ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ପୂଜା ପାଉଛନ୍ତି ମା ଭୁବନେଶ୍ବରୀ। ତେବେ ପଟ୍ଟଚିତ୍ର ଧାରାରେ ଠାକୁରମାନଙ୍କ ଚିତ୍ର ଅଙ୍କା ଅଙ୍କାଯାଇଥିବା କାରଣରୁ ଅଣସର କାଳରେ ପୂଜିତ ପଟଚିତ୍ର, ଠାକୁରଙ୍କ ଦେଉଳି ଭାଷାରେ ପଟିଦିଅଁ କୁହାଯାଏ ।