ଓଡିଶା

odisha

ETV Bharat / videos

ଅଲାରନାଥ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଦର୍ଶନ କଲେ ମିଳେ ଅଶେଷ ପୁଣ୍ୟ

By

Published : Jun 29, 2021, 8:02 AM IST

ବ୍ରହ୍ମଗିରି: ପଞ୍ଚମ ଦିନରେ ଅଲାରନାଥ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ । 108 କଳସ ଜଳରେ ସ୍ନାନ କରି ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି ଏବେ ଗୁପ୍ତ ସେବାରେ । ସେ 15 ଦିନ ଧରି ଅଣସର ଘରେ ରହିବେ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ ବୋଲି କୁହାଯାଏ । ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା । ପ୍ରଥା ଅନୁଯାୟୀ ମହାପ୍ରଭୁ ଅଣସର ଘରେ ରହିବା ସମୟରେ ଅଲାରନାଥରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମାତ୍ର ଗତ 2 ବର୍ଷ ହେବ ଶ୍ରୀମନ୍ଦିରରେ ମଧ୍ୟ ଭଗବାନଙ୍କ ଦର୍ଶନ ବନ୍ଦ ରହିଛି । ଏଥିପାଇଁ ଅଲାରନାଥରେ ମଧ୍ୟ ଭକ୍ତଶୂନ୍ୟ ପରିବେଶ ସୃଷ୍ଟି ହୋଇଛି । କେବଳ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି ।

ABOUT THE AUTHOR

...view details