ଓଡିଶା

odisha

ETV Bharat / videos

ରୁଦ୍ରଙ୍କ ଆହ୍ବାନ, ରାଜନୀତିରେ କ୍ୟାରିଅର କର ଯୁବପିଢୀ

By

Published : Oct 17, 2021, 4:35 PM IST

ଭୁବନେଶ୍ବର: ଦିଂବଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ତଥା ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ରାଜନୀତିରେ ପାଦ ଦେଉଦେଉ ପିପିଲି ନିର୍ବାଚନ ମଣ୍ଡଳୀବାସୀଙ୍କ ଆକୁଣ୍ଠ ଭଲପାଇବା ସହ ଉପନିର୍ବାଚନରେ ବିଜେଡିର ବିଜୟ ଧ୍ବଜା ଉଡାଇଛନ୍ତି। ମ୍ୟାନେଜମେଣ୍ଟ ସେକ୍ଟରରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ରୁଦ୍ର ଆଜି ପିପିଲି ମ୍ୟାନେଜ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ପାଇଁ ଆଗେଇ ଆସୁଥିଲେ ରୁଦ୍ର। ତେବେ ରାଜନୀତିକୁ ଏକ ଅଲଗା ଚକ୍ଷୁରେ ଦେଖୁଥିବା ଯୁବପିଢୀଙ୍କୁ ରାଜନୀତିରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି ରୁଦ୍ର। ସେହିପରି ବାପା ପିତା ପ୍ରଦୀପ ମହାରଥୀଙ୍କ ଭଳି 24 ଘଣ୍ଟା ରାଜନୀତିରେ ସକ୍ରିୟ ରହିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ରୁଦ୍ର । ପିପିଲିବାସୀଙ୍କ ପାଇଁ ଆଗାମୀ ପଦକ୍ଷେପ କଣ ରହିଛି ଏ ତମାମ ପ୍ରସଙ୍ଗରେ ଇଟିଭି ଭାରତର ଡିଜିଟାଲ ଡାଇଲଗରେ ଆଲୋଚନା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ), ଇଟିଭି ଭାରତ

ABOUT THE AUTHOR

...view details