ଓଡିଶା

odisha

ETV Bharat / videos

ଗଞ୍ଜାମରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହେଲା ମେରୁଯାତ୍ରା - traditional rituals

By

Published : Apr 14, 2021, 11:12 AM IST

Updated : Apr 14, 2021, 11:34 AM IST

ବ୍ରହ୍ମପୁର: ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଯାଇଛି ମେରୁଯାତ୍ରା । ଦୀର୍ଘ ୨୧ ଦିନ ଧରି ଆୟୋଜିତ ହୋଇ ଆସୁଥିବା ଗଞ୍ଜାମର ଦଣ୍ଡନୃତ୍ୟ, ମେରୁ ପର୍ବରେ ଉଦଯାପିତ ହେବାର ନିୟମ ରହିଥିବା ବେଳେ କୋରୋନା କଟକଣା ଯୋଗୁଁ ମେରୁଯାତ୍ରା ଭୋର ସକାଳ ସମୟରୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ପନ୍ନ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମେରୁକୁ ସର୍ବସାଧାରଣରେ ନକରିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ଏନେଇ ମାନସିକଧାରୀ ଦଣ୍ଡୁଆମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସ୍ବେଚ୍ଛାସେବୀ ଓ ମନ୍ଦିର କମିଟି ପକ୍ଷରୁ କିଭଳି କମ୍ ଲୋକଙ୍କ ମଧ୍ୟରେ ମେରୁ ଯାତ୍ରା ଶେଷ ହେବ ସେ ନେଇ ପଦକ୍ଷେପ ନିଆଯାଇଥିଲା ।
Last Updated : Apr 14, 2021, 11:34 AM IST

ABOUT THE AUTHOR

...view details