ହରଚଣ୍ଡୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ - maa cuttack chandi
କଟକ: ଆଜି(ଗୁରୁବାର) ମା’ କଟକ ଚଣ୍ଡୀଙ୍କ ହରଚଣ୍ଡୀ ବେଶ। ମା’ଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ। ବିଶେଷକରି ଆଜି ନବରାତ୍ରର ଦ୍ୱିତୀୟ ଦିନ ହୋଇଥିବାରୁ ଶକ୍ତି ପୀଠରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି। କୋଭିଡ଼ ନିୟମ ପାଳନ କରି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଗତବର୍ଷ କରୋନା ପାଇଁ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ତେବେ ଚଳିତବର୍ଷ ଦର୍ଶନ ପାଇଁ ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁମାନେ ବେଶ ଖୁସି ପ୍ରକଟ କରିଛନ୍ତି। ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।