ସଙ୍କଟରେ କେନ୍ଦୁପତ୍ର ତୋଳାଳି, ମିଳୁନି ଉପଯୁକ୍ତ ପ୍ରାପ୍ୟ - subarnapur
ସୁବର୍ଣ୍ଣପୁର: ପେଟ ଚାଖଣ୍ଡକ ପାଇଁ ଖରା ତାତିକୁ ଖାତିର ନକରି କେନ୍ଦୁପତ୍ର ତୋଳାଳିମାନେ ବାହାରି ଯାଆନ୍ତି କେନ୍ଦୁ ପତ୍ର ତୋଳିବା ପାଇଁ । ଦିନତମାମ କେନ୍ଦୁପତ୍ର ତୋଳିବାରେ ବ୍ୟସ୍ତ ଥାଆନ୍ତି ଏମାନେ । ହେଲେ ଦୁର୍ଭାଗ୍ୟର କଥା ସେମାନଙ୍କୁ ପରିଶ୍ରମ ଅନୁଯାୟୀ ମିଳୁନାହିଁ ପାରିଶ୍ରମିକ । ଏହି ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ସକମା ଗାଁରେ । ସରକାରୀ ଯୋଜନା ରହିଛି ସତ, କିନ୍ତୁ କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ଯୋଜନା ହେଉଛି ବାଟବଣା ।