ସ୍ନେହଲତା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ପାଇଁ ଦାୟୀ କିଏ ? - ସ୍ନେହଲତା ଆପାର୍ଟମେଣ୍ଟରେ ନିଆଁ
କଟକ: ବାଦାମବାଡ଼ି ନିକଟସ୍ଥ ସ୍ନେହଲତା ଆପାର୍ଟମେଣ୍ଟରେ ଥିବା ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏହି ଘଟଣାରେ ଘରେ ଥିବା ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣା ପାଇଁ ବିଲଡରକୁ ଦାୟୀ କରିଛନ୍ତି ଆପାର୍ଟମେଣ୍ଟରେ ରହୁଥିବା ବାସିନ୍ଦା। କାରଣ ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନକରି ବିଲ୍ଡିଂ ନିର୍ମାଣ କରାଯାଇଥିଲା। ଏପରିକି ଫାୟାର ସେଫଟି ନିୟମକୁ ଉଲ୍ଲଘଂନ କରାଯାଇଥିବା ଆପାର୍ଟମେଣ୍ଟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିପରି ଦମକଳ ଗାଡି ପ୍ରବେଶ ପାଇଁ ବି ଆବଶ୍ୟକୀୟ ରାସ୍ତା ରଖାଯାଇନାହିଁ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ