ମାଜିଷ୍ଟ୍ରେଟଙ୍କ ବିନା ନିର୍ଦ୍ଦେଶରେ IICଙ୍କ ଲାଠି ଚାର୍ଜ - iic lathi charge with out permission
କେନ୍ଦ୍ରାପଡା: ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ବିନା କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଲାଠି ଚାର୍ଜ । ଆଜି କେନ୍ଦ୍ରାପଡ଼ା ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନ ଚାଲିଥିବା ବେଳେ ଉତ୍ୟକ୍ତ ଜନସାଧାରଣ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ଆରକ୍ଷୀ ବାହିନୀଙ୍କ ସହ ଜନତାଙ୍କ ଉଚବାଚ ହେବା ପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପିଟିବା ଭିଡିଓ ଏବେ ପୋଲିସର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ