କେମିତି କରିବେ ଚଟପଟା ଲେମ୍ବୁପାଣି, ଦେଖନ୍ତୁ... - ଖରାଦିନ ପାନୀୟ
ପାରମ୍ପାରିକ ଲେମ୍ବୁ ରସର ସାମାନ୍ୟ ପରିବର୍ତ୍ତନ ହେଉଛି ସିକଞ୍ଜୀ । ଯଦିଓ ଏହି ଲୋକପ୍ରିୟ ଭାରତୀୟ ପାନୀୟରେ ଲେମ୍ବୁ ଏହାର ମୂଳ ଉପାଦାନ ଅଟେ କିନ୍ତୁ ଲେମ୍ବୁ ରସ ପରି ନୁହେଁ, ଏହାର ସ୍ବାଦ କଳା ଲୁଣ ସହିତ ଆଉ ଟିକେ ବଢିଯାଏ। ସେଥିରେ ଭଜା ଜିରା ପାଉଡର ମସଲା ପକାଇଲେ ଏହା ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଗ୍ରୀଷ୍ମ ଋତୁରେ ଏହାକୁ ପିଇବା ଦ୍ବାରା ଶରୀରର ତାପମାତ୍ରା ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ଏହାର ସତେଜ ପ୍ରକୃତି ଆପଣଙ୍କୁ କିଛି ମିନିଟ୍ ମଧ୍ୟରେ ଖରାଦାଉରୁ ରକ୍ଷା କରେ । ସିକଞ୍ଜୀରେ ରଖାଯାଇଥିବା କଳା ଲୁଣ ଓ ଜିରା ପାଉଡରର ସଠିକ୍ ମାତ୍ରା ହଜମ କରିବାରେ ବେଶ୍ ସହାୟକ ହୋଇଥାଏ । ତାଜା ପୁଦିନା ପତ୍ରରେ ଏହାକୁ ସଜାଇବା ସହ ଦୁଇଟି ବରଫ ଖଣ୍ଡ ପକାଇ ପିଅନ୍ତୁ ମଜା ଆସିଯିବ ନିଶ୍ଚିତ ।
Last Updated : Jun 2, 2020, 5:57 PM IST