ଓଡିଶା

odisha

ETV Bharat / videos

ହୋଲିର ମଜା ନେଲେ ପୁରୀବାସୀ - holi celebreted

🎬 Watch Now: Feature Video

By

Published : Mar 29, 2021, 1:42 PM IST

ପୁରୀ: ଆଜି ରଙ୍ଗର ପର୍ବ ହୋଲି । ଏହି ଉତ୍ସବକୁ ପୁରୀରେ ଧୁମଧାମରେ ପାଳନ କରାଯାଇଛି। ବିଶେଷ କରି ଯୁବପିଢ଼ି ବେଶ ମଜା ନେଇଛନ୍ତି । କୋଭିଡ କଟକଣା ପାଇଁ ଅଳ୍ପ କିଛି ସାଙ୍ଗ ସାଥିଙ୍କ ସହ ଖେଳିଛନ୍ତି ହୋଲି। ତେବେ ପୁରୀ ବେଳାଭୂମିରେ ଆଜି ପର୍ଯ୍ୟଟକମାନେ ବେଶ ମଜା ନେଇଛନ୍ତି । ବାହାରୁ ଆସିଥିବା ପର୍ଯ୍ୟଟକମାନେ ନିଜ ପରିବାର ଲୋକଙ୍କ ସହ ସମୁଦ୍ର କୂଳରେ ହୋଲି ଖେଳିଛନ୍ତି।ସେହିପରି ପୁରୀ ବାସିନ୍ଦା ମାନେ ମଧ୍ୟ ସମୁଦ୍ର ସ୍ନାନ କରିବା ସମେତ ହୋଲି ଖେଳର ମଜା ନେଇଛନ୍ତି। ପ୍ରଥମେ ପତିତପାବନଙ୍କୁ ଦର୍ଶନ କରି ସାରା ବିଶ୍ୱକୁ ମାରାତ୍ମକ କୋଭିଡ କବଳରୁ ମୁକ୍ତ କରିବାକୁ ମଧ୍ୟ ପ୍ରାର୍ଥନା କରିଛନ୍ତି । ସନ୍ଧ୍ୟାରେ କେତେକ ସାଙ୍ଗମାନଙ୍କୁ ନେଇ ଛୋଟ ପାର୍ଟି ଆୟୋଜନ ନେଇ ବ୍ୟବସ୍ଥା କରିଛନ୍ତି ।ତେବେ ପୁରୀରେ କିଭଳି ରହିଛି ହୋଲିର ମାହୋଲ ଏ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି ।

ABOUT THE AUTHOR

...view details