ଓଡିଶା

odisha

ETV Bharat / videos

ଗାୟତ୍ରୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ - ମା କଟକ ଚଣ୍ଡୀଙ୍କର ଗାୟତ୍ରୀ ବେଶ

By

Published : Oct 10, 2021, 7:29 PM IST

ଶାରଦୀୟ ଦୁର୍ଗାପୂଜା ଅବସରରେ "ଗାୟତ୍ରୀ" ବେଶରେ ଦର୍ଶନ ଦେଉଛନ୍ତି କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ । ମା’ଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ କୋଭିଡ କଟକଣା ପାଳନ କରି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । କଟକ ସହରରେ ଥିବା ବିଭିନ୍ନ ଦେବୀପୀଠରେ ଚାଲିଛି ମା’ଙ୍କର ଷୋଡ଼ଶ ଉପଚାର ପୂଜା। ଶରତକାଳୀନ ଦୁର୍ଗାପୂଜାରେ ପ୍ରତିଦିନ ମା’ ନୂଆ ନୂଆ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details