ଓଡିଶା

odisha

ହିମାଚଳପ୍ରଦେଶରେ ପୁଣି ବର୍ଷା ସହ ତୁଷାରପାତ, ଦେଖନ୍ତୁ ମନଲୋଭା ଭିଡିଓ...

By

Published : Mar 22, 2021, 12:22 PM IST

ସିମଳା: ହିମାଚଳପ୍ରଦେଶ କୁଲୁ ଓ ଲାହୋଲ ସ୍ପିଟି ଜିଲ୍ଲାର ଉଚ୍ଚ ଶିଖରରେ ପୁଣି ଥରେ ତୁଷାରପାତ ଆରମ୍ଭ ହୋଇଯାଇଛି। ଏହାସହ ଅଟଳ ଟନେଲ ରୋହତାଙ୍ଗର ଉଭୟ ପାର୍ଶ୍ବରେ ମଧ୍ୟ ତୁଷାରପାତ ହେଉଛି । ବିଳମ୍ବିତ ରାତିରୁ ମନାଲି ନିକଟରେ ଥିବା ପାହାଡ଼ରେ ଚୁଷାରପାତ ହେଉଥିବାରୁ ପାହାଡ଼ ଉପରକୁ ଯିବାକୁ ବାରଣ କରିଛନ୍ତି ଡିସି କୁଲୁ ଡାକ୍ତର ରିଚା ଭର୍ମା । ସବଡିଭିଜନ୍ ବଞ୍ଜର ଏବଂ ଆନିକୁ ସଂଯୋଗ କରୁଥିବା ଜଲୋଡୀ ପାସ୍ ଉପରେ 4 ଇଞ୍ଚର ବରଫ ଜମା ହୋଇଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି | ତେଣୁ ଉଚ୍ଚ ସ୍ଥାନକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ। ଏହାସହ ସୋମବାରଠାରୁ ରାଜ୍ୟର ଅନେକ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଅରେଞ୍ଜ ଏବଂ ୟଲୋ ୱାର୍ଣ୍ଣି ଜାରି କରାଯାଇଥିବା ପାଣିପାଗ ବିଭାଗର ନିର୍ଦ୍ଦେଶକ ମନମୋହନ ସିଂ କହିଛନ୍ତି। ତେବେ ମାର୍ଚ୍ଚ 24 ପର୍ଯ୍ୟନ୍ତ ପାଗ ଖରାପ ରହିବ ବୋଲି ସେ କହିଛନ୍ତି।

ABOUT THE AUTHOR

...view details