ଓଡିଶା

odisha

Budget 2022-23: ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା

By

Published : Feb 1, 2022, 4:17 PM IST

Updated : Feb 1, 2022, 4:30 PM IST

ଭୁବନେଶ୍ବର: ଲୋକସଭାରେ ଉପସ୍ଥାପନା ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ ୨୦୨୨-୨୩ । ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହି ବଜେଟ ଦେଶର ମଧ୍ୟବିତ୍ତ ପରିବାରର ଓ ସାଧାରଣ ଗରିବ ବର୍ଗର ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି କହିଛନ୍ତି। କର୍ପୋରେଟ ଟ୍ୟାକ୍ସ ଛାଡ କରାଯାଇଛି କିନ୍ତୁ ଇନକମ ଟ୍ୟାକ୍ସରେ କୌଣସି ପରିବର୍ତ୍ତନ କରାଗଲା ନାହିଁ ବୋଲି କହିଛନ୍ତି। ବଜେଟରେ କର୍ପୋରେଟ ସେକ୍ଟରକୁ ସୁହାଇଲା ଭଳି ହୋଇଛି। ଯାହା ମଧ୍ୟବିତ୍ତଙ୍କୁ ନିରାଶ କରିଛି। ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ ହେବନି। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସେଭଳି କିଛି ସହାୟକ ହୋଇନାହିଁ ବୋଲି କହିଛନ୍ତି । ମୋଟାମୋଟି ଭାବେ ନା ଶିକ୍ଷା ନା ସ୍ୱାସ୍ଥ୍ୟ ନା ନିଯୁକ୍ତି କୌଣସି ବି ସେକ୍ଟରେଟରେ ବଜେଟ ରେ ଆଶାତୀତ ସହାୟକ ମିଳିନି। ସେହିପରି ମୁଦ୍ରାସ୍ପିତିର ବୃଦ୍ଧି ହେବାର ମଧ୍ୟ ନାହିଁ। ସେ ସାଧାରଣ ବର୍ଗ ହେଉ ଅବା ଗରିବ ମଧ୍ଯବିତ ଅବା କୃଷି କାହାରି ହାତକୁ ସେମିତି କିଛି ଆଶାତିତ ସହାୟକ ଆସିବ ନାହିଁ। ତେଣୁ ଚଳିତ ବଜେଟ ଭାରତର ଅର୍ଥନୀତିକୁ ଏକ ଖରାପ ଦିନକୁ ନେଇ ଯିବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି। ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ
Last Updated : Feb 1, 2022, 4:30 PM IST

ABOUT THE AUTHOR

...view details