ଛାତ୍ରଙ୍କ ଜଗା ପ୍ରେମ, ଆଇସକ୍ରିମ କାଠିରେ ତିଆରି କଲେ ଗଜାନନ ବେଶ - ଆଇସ୍ କ୍ରିମ କାଠି
ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ବିନା ଭକ୍ତରେ ଅନୁଷ୍ଠିତ ହେବ। କୋଭିଡ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ କୋଟି କୋଟି ଜଗନ୍ନାଥ ପ୍ରେମୀ ପ୍ରଭୁଙ୍କ ଗଜାନନ ବେଶ ଦେଖିବାକୁ ବ୍ୟାକୁଳ ଥିବାବେଳେ ଜଣେ ଭକ୍ତ ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ଗଜାନନ ବେଶ କରିଛନ୍ତି। ପୁରୀର ଜଣେ ଇଞ୍ଜିନିୟରିଂ ଛାତ୍ର ବିଶ୍ବଜିତ ନାୟକ ଏହି ନିଆରା କଳାକୃତି କରିଛନ୍ତି। ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । 1475 ଟି ଆଇସ କ୍ରିମ କାଠିରେ ନିର୍ମିତ ମହାପ୍ରଭୁଙ୍କ ଏହି ଗଜାନନ ବେଶ ପ୍ରତିକୃତିଟିର ଉଚ୍ଚତା 30 ଇଞ୍ଚ ଓ ଲମ୍ଵ 26 ଇଞ୍ଚ ରହିଛି । ତେବେ ଏହି ନିଆରା କଳାକୃତିଟିକୁ ଗଢିବା ପାଇଁ ବିଶ୍ବଜିତଙ୍କୁ 15 ଦିନ ଲାଗିଥିଲା।
Last Updated : Jun 22, 2021, 1:35 PM IST