ପାଣିରେ ଖେଳୁଛନ୍ତି ହାତୀପଲ, ଦେଖନ୍ତୁ ଭିଡିଓ - ଆସାମର ସୁକାନଜୁରୀ ହାଟିଖୁଲି ଅଞ୍ଚଳ
ଗୌହାଟୀ: ଏକଦା ମଣିଷ ସମାଜର ଏକ ଉତ୍ତମ ବନ୍ଧୁ ରହିଆସିଥିବା ହାତୀ ବର୍ତ୍ତମାନ ଶତ୍ରୁପ୍ରାୟ ପାଲଟିଯାଇଛି। କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ’ କ୍ଷତିଗ୍ରସ୍ତ ହେଉଛି ଗରୀବ ଚାଷୀର ଭାତହାଣ୍ଡି। କିନ୍ତୁ ଆସାମର ସୁକାନଜୁରୀ ହାଟିଖୁଲି ଅଞ୍ଚଳରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । ଶନିବାର ନିକଟସ୍ଥ ଜଙ୍ଗଲରୁ ଏକ ହାତୀପଲ ବାହାରକୁ ଆସି ସେହି ଅଞ୍ଚଳ ଦେଇ ପ୍ରବାହିତ ହୋଇଥିବା ଝରଣାରେ ଖେଳିବା ଆରମ୍ଭ କରିଥିଲେ। ଆଉ ବହୁତ ସମୟ ପାଣିରେ ଖେଳିବା ପରେ ହତୀପଲ କାହାର କିଛି କ୍ଷତି ନ କରି ପୁଣି ଜଙ୍ଗଲକୁ ଫେରି ଯାଇଥିଲେ । ଯେଉଁ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।