ଲକ୍ଷାଧିକ ଟଙ୍କାର ନକଲି ହଳଦୀ ଓ ମରୀଚ ଗୁଣ୍ଡ ଜବତ, ଜଣେ ଅଟକ
ବ୍ରହ୍ମପୁର: ସହରରେ ନକଲି ବ୍ରାଣ୍ଡର ବିକ୍ରି ହୋଇ ଆସୁଥିବା ମରିଚ ହଳଦୀ ଗୁଣ୍ଡ ପ୍ରସ୍ତୁତ ଏକ ଘରୋଇ କାରଖାନ ଉପରେ ଚଢାଉ କରିଛି ପୋଲିସ । ଘଟଣାରେ କାରଖାନା ମାଲିକ ଅଟକ । ଚଢାଉରେ ଦୁଇଲକ୍ଷ ଟଙ୍କାର ନକଲି ମରିଚ ଗୁଣ୍ଡ ଓ ହଳଦୀ ଗୁଣ୍ଡ ଜବତ କରିଛି ପୋଲିସ । ନକଲି ମରିଚ ଓ ହଳଦିଗୁଣ୍ଡ ପ୍ରସ୍ତୁତ କରାଯାଇ ଗାଁ ଲୋକମାନଙ୍କୁ ବିକ୍ରି କରାଯାଉଥିଲା । ଏହି ଭେଜାଲ ଜିନିଷ ତିଆରି କରିବାକୁ ଏକ ପ୍ରକାର ଖୁଦ ବ୍ୟବହାର ଦେଉଥିବା ସ୍ୱୀକାର କରିଛନ୍ତି ଜଣେ ବ୍ୟବସାୟୀ । ଘଟଣାରେ କରାଖାନା ମାଲିକ ଲିଙ୍ଗା ସାହୁକୁ ଅଟକ ରଖିଛି ପୋଲିସ । ରାଜ୍ୟର କଟକ ଓ ଭୁବେନେଶ୍ଵର ପରେ ବ୍ରହ୍ମପୁରକୁ ଭେଜାଲ୍ କାରଖାନା ମୁକ୍ତ କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି l ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ