କୁକୁର ବୋହି ନେଉଛନ୍ତି କାଠ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ - video goes viral in social media
ବାଲେଶ୍ବର: ଅନେକ ସମୟରେ ଗୃହପାଳିତ ପଶୁ ଘର କାମରେ ସହଯୋଗ କରିଥିବା ଦେଖିବାକୁ ମିଳେ। ସେ ଘୋଡା ହେଉ କି ବଳଦ ଏମାନେ ଅନେକ ସମୟରେ ମଣିଷକୁ ସହଯୋଗ କରିଥାନ୍ତି । ହେଲେ କୁକୁର ବି ମଣିଷକୁ ଘରକାମରେ ସହଯୋଗ କରିଥାଏ ତାହା ଦେଖିବାକୁ ମିଳିଛି ଏକ ଭାଇରାଲ ଭିଡ଼ିଓରେ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି। ପ୍ରାୟ 5 ଟି କୁକୁର କାନ୍ଧରେ କାଠ ବୋହି ଆଣୁଥିବା ଦେଖିବାକୁ ମିଳିଛି। ଏ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ କମାରପାଳ ଅଞ୍ଚଳର ବୋଲି ଜଣାପଡିଛି। ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ସେଠାରୁ ଫେରିବା ସମୟରେ କୁକୁରଙ୍କ ପିଠିରେ କାଠ ଲଦି ଘରକୁ ଆଣିଥିଲେ। ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି। ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Oct 23, 2021, 2:50 PM IST