ଓଡିଶା

odisha

ETV Bharat / videos

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ ଉଦଯାପିତ - ଜଗତସିଂହପୁର ଲୋକକଳା ଟ୍ରଫି

By

Published : Sep 28, 2021, 11:01 PM IST

ଜଗତସିଂହପୁର: ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି ୨୦୨୧ ଉତ୍ସବ ଆଜି ସନ୍ଧ୍ୟାରେ ସ୍ଥାନୀୟ ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବଛା ବଛା ୧୬ଟି ଲୋକ କଳା ଦଳ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଦାସ କାଠିଆ, ପାଲା, ନଦୀଆ ସଂକୀର୍ତ୍ତନ, କଳିକା ତାଣ୍ଡବ ଓ ଘଣ୍ଟ ପାଟୁଆ ନୃତ୍ୟ ପରିବେଷଣ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ମା, ଶାରଳା ଘଟ ନୃତ୍ୟ କାଳିକା ତାଣ୍ଡବ ପ୍ରଥମ ହୋଇ ଥିବା ବେଳେ ମା, ଅମ୍ବିକା ପାଲା ପରିଷଦ ଦ୍ବିତୀୟ ଓ ମା ବାସେଳୀ ସାଂସ୍କୃତିକ କଳା ପରିଷଦ ଘୋଡା ନାଚ ତୃତୀୟ ସ୍ଥାନ ଅଧିକାର କରିଥିଲେ। କନକପୁରର ପାଟ ନୃତ୍ୟ କାଳିକା ତାଣ୍ଡବ ରାଜ୍ୟସ୍ତରୀୟ ଲୋକ କଳା ଟ୍ରଫି କାର୍ଯ୍ୟକ୍ରମରେ ଭାଗ ନେବାକୁ ମନୋନୀତ ହୋଇଥିଲେ। ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details