କୋରୋନା କାଳରେ କ୍ୟାମ୍ପସ୍ ନିଯୁକ୍ତି ମେଳା, ଗୁଜୁରାଟ ଯାତ୍ରା କଲେ ୨୪୪ ବିଦ୍ୟାର୍ଥୀ - berhampur ITI
ବ୍ରହ୍ମପୁର: କୋରୋନା କାଳରେ କ୍ୟାମ୍ପସ ନିଯୁକ୍ତି ମେଳା । ବ୍ରହ୍ମପୁର ଆଇଟିଆଇରୁ ଏହି ମେଳାରେ ପରୀକ୍ଷା ଦେଇଥିବା ୨୪୪ ବିଦ୍ୟାର୍ଥୀଙ୍କୁ ମାସିକ ଭଲ ଦରମାରେ ମାରୁତି ମୋର୍ଟସ୍ କମ୍ପାନୀରେ ନିଯୁକ୍ତି ଯୋଗାଇବା ପାଇଁ ଗୁଜୁରାଟ ନିଆଯାଇଛି । ବ୍ରହ୍ମପୁର ଆଇଟିଆଇରେ ଅଧ୍ୟୟନ କରିଥିବା ଫିର୍ଟର , ୱେଲଡର ଓ ଇଲୋଟ୍ରୋନିକ ବିଭାଗର ବିଦ୍ୟାର୍ଥୀ ଏହି ମେଳାରେ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୪୪ ବିଦ୍ୟାର୍ଥୀଙ୍କୁ ଚୟନ କରାଯାଇଛି । ଏ ନେଇ ବ୍ରହ୍ମପୁର ଆଇଟିଆଇ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ ଏବଂ ଅନୁଷ୍ଠାନର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ଯୋଗ ଦେଇ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୋରୋନା କାଳରେ ଅନେକ ନିଯୁକ୍ତି ହରାଉଥିବାବେଳେ ଏତେ ସଂଖ୍ୟକ ନିଯୁକ୍ତି ପାଇବା ଅତ୍ୟନ୍ତ ଖୁସିର ବିଷୟ ବୋଲି ପିଲାମାନେ କହିଛନ୍ତି।