ଓଡିଶା

odisha

ETV Bharat / videos

ବନଦୁର୍ଗା ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ - ମା କଟକ ଚଣ୍ଡୀଙ୍କ ବନ ଦୁର୍ଗା ବେଶ

By

Published : Oct 9, 2021, 7:10 PM IST

କଟକ: ଆଜି ମା’ କଟକ ଚଣ୍ଡୀଙ୍କ ବନଦୁର୍ଗା ବେଶ। ମା’ଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ। ବିଶେଷକରି ଆଜି ନବରାତ୍ରର ଚତୁର୍ଥ ଦିନ ହୋଇଥିବାରୁ ଶକ୍ତି ପୀଠରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରୁଛନ୍ତି। କୋଭିଡ଼ ନିୟମ ପାଳନ କରି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଗତବର୍ଷ କୋରୋନା ପାଇଁ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ତେବେ ଚଳିତବର୍ଷ ଦର୍ଶନ ପାଇଁ ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁ ବେଶ ଖୁସି ପ୍ରକଟ କରିଛନ୍ତି। ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details