ଓଡିଶା

odisha

ETV Bharat / videos

ରଙ୍ଗରେ ନୁହେଁ ଫୁଲରେ ହୋଲି ଖେଳିଲେ ଯୋଗଗୁରୁ - holi in haridwar

By

Published : Mar 10, 2020, 4:32 PM IST

ହରିଦ୍ବାର: କୋରୋନା ଭୁତାଣୁ ସଂକ୍ରମଣ ଭୟରେ ରଙ୍ଗ ନୁହେଁ ଫୁଲରେ ହୋଲି ଖେଳିଛନ୍ତି ଯୋଗଗୁରୁ ରାମଦେବ । ଉତ୍ତରାଖଣ୍ଡର ହରିଦ୍ବାରରେ ଏହି ନିଆରା ହୋଲି ଉତ୍ସବ ମନାଇଛନ୍ତି ବାବା ରାମଦେବ । ଏହି ଅବସରରେ ରାମଦେବ ହୋଲିକୁ ପ୍ରାକୃତିକ ଉପାୟରେ ପାଳନ କରିବାର ବାର୍ତ୍ତା ଦେଇ ଏହି ଉତ୍ସବ ମନାଇଛନ୍ତି । ବାବା ରାମଦେବ କହିଛନ୍ତି ଯେ, ସେ ବିଲୁପ ହୋଇଯାଉଥିବା ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ଗୋଲାପ ଫୁଲର ହୋଲି ଖେଳିଛନ୍ତି । ବାବା ରାମଦେବ କହିଛନ୍ତି ଯେ, ହୋଲି ହେଉଛି ପ୍ରେମ ଓ ଭାଇଚାରର ପର୍ବ । ହୋଲି ଅବସରରେ ଆମେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଘୃଣା ମନଭାବକୁ ଦୂର କରିବା । ଏହାସହ କେମିକାଲ ରଙ୍ଗ ବଦଳରେ ସେମାନେ ହୋଲିକୁ ପ୍ରାକୃତିକ ରଙ୍ଗ ସହିତ ଖେଳିବା ଉଚିତ ବୋଲି ରାମଦେବ ସମସ୍ତଙ୍କୁ ବାତ୍ତା ଦେଇଛନ୍ତି |

ABOUT THE AUTHOR

...view details